ଶଲୋମନଙ୍କ ଅତିରିକ୍ତ ସଫଳତା

1.

2. ଏହାପରେ ହୂରମ ରାଜା ଦଇେଥିବା ସହରଗୁଡ଼ିକୁ ଶଲୋମନ ଆଉଥରେ ନିର୍ମାଣ କଲେ। ଆଉ ଶଲୋମନ ଏହି ସହରଗୁଡ଼ିକରେ ବାସ କରିବା ନିମନ୍ତେ କିଛି ଇଶ୍ରାୟେଲୀୟ ଲୋକଙ୍କୁ ଅନୁମତି ଦେଲେ।

3. ଏହାପରେ ଶଲୋମନ ସୋବାସ୍ଥିତ ହମାତ୍କୁ ଗଲେ ଓ ତାହାକୁ ଅଧିକାର କଲେ।

4. ଶଲୋମନ ମଧ୍ଯ ମରୁଭୂମି ମଧିଅରେ ତଦ୍ ମାେର୍ ସହର ନିର୍ମାଣ କଲେ। ସେ ପ୍ରତିରକ୍ଷା ନିମନ୍ତେ ହମାତ୍ ରେ ସମସ୍ତ ସହର ନିର୍ମାଣ କଲେ।

5. ଶଲୋମନ ଉର୍ଦ୍ଧ୍ବସ୍ଥ ବୈଥ୍ହାରେଣ୍ ଓ ନୀଚ୍ଚସ୍ଥ ବୈଥହାରଣରେ ସହରଗୁଡ଼ିକୁ ଆଉଥରେ ନିର୍ମାଣ କଲେ। ସେ ଏହି ସହରଗୁଡ଼ିକୁ ଦୃଢ଼ ଦୁର୍ଗ ରେ ପରିଣତ କଲେ। ସହେି ସହରଗୁଡ଼ିକରେ ଅତି ସୁଦୃଢ଼ ପ୍ରାଚୀର, ଦ୍ବାର ଓ ଦ୍ବାରଗୁଡ଼ିକରେ ଦୃଢ଼ ଅର୍ଗଳ ଥିଲା।

6. ଏବଂ ଶଲୋମନ ବାଲତ୍ ସହର ଓ ଅନ୍ୟ ନଗରଗୁଡ଼ିକୁ ସୁଦୃଢ଼ କରିଥିଲେ, ଯେଉଁଠା ରେ ସେ ସୈନ୍ଯମାନଙ୍କ ଛାଉଣୀ ପକାଇଥିଲେ। ସେ ଆହୁରି ଅନକେ ନଗରସବୁ ନିର୍ମାଣ କଲେ, ଯେଉଁଠା ରେ ୟୁଦ୍ଧରଥ ସବୁ ରଖା ଯାଉଥିଲା ଓ ଅଶ୍ବାରୋହୀମାନେ ବାସ କରୁଥିଲେ। ଶଲୋମନ ୟିରୁଶାଲମ, ଲିବାନୋନ ରେ ଓ ସେ ରାଜା ଥିବା ସମସ୍ତ ଦେଶ ରେ ଯାହା ନିର୍ମାଣ କରିବାକୁ ଚାହିଁଲେ, ତାହା ନିର୍ମାଣ କଲେ।

7. ସଠାେରେ ହିତ୍ତୀଯ, ଇମାରେୀୟ, ପରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ବାସ କରୁଥିଲେ। ସମାନେେ ଇଶ୍ରାୟେଲୀୟ ନୁହଁନ୍ତି।

8. ସମାନେେ ସହେି ଲୋକମାନଙ୍କର ଭବିଷ୍ଯତ ବଂଶଧର, ଯେଉଁମାନେ ସେ ପର୍ୟ୍ଯନ୍ତ ସହେି ଭୂମିରେ ଥିଲେ ଏବଂ ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ବଧ କରାୟାଇ ନ ଥିଲେ। ଶଲୋମନ ସହେି ବିଦେଶୀମାନଙ୍କୁ କ୍ରୀତଦାସ ଭାବରେ କାମ କରିବାକୁ ବାଧ୍ଯ କଲେ। ସମାନେେ ଆଜି ପର୍ୟ୍ଯନ୍ତ କ୍ରୀତଦାସ ଅଛନ୍ତି।

9. ଶଲୋମନ ଇଶ୍ରାୟେଲର ଲୋକମାନଙ୍କୁ କ୍ରୀତଦାସ ହବୋ ନିମନ୍ତେ ବାଧ୍ଯ କଲେ ନାହିଁ। ଇଶ୍ରାୟେଲର ଲୋକମାନେ ଶଲୋମନଙ୍କର ଦୁର୍ଦ୍ଦଷ ଯୋଦ୍ଧା ଥିଲେ। ସମାନେେ ଶ ଲୋମନଙ୍କର ସାମରିକ ବାହିନୀର ପଦାଧିକାରୀ ଥିଲେ। ସମାନେେ ଶଲୋମନଙ୍କର ୟୁଦ୍ଧ ରଥର ସନୋପତି ଥିଲେ।

10. ଆଉ, ଇଶ୍ରାୟେଲର କିଛି ଲୋକଙ୍କୁ ଶ୍ରମିକମାନଙ୍କ କାର୍ୟ୍ଯ ତଦାରଖ କରିବା ପାଇଁ ନିୟୁକ୍ତ କରିଥିଲେ। ସଠାେରେ 250 ଜଣ ତଦାରଖକାରୀ ଥିଲେ।

11. ଶଲୋମନ ଦାଉଦଙ୍କ ନଗରରୁ ଫାରୋଙ୍କର କନ୍ଯାଙ୍କୁ ତାଙ୍କ ନିମନ୍ତେ ସେ ନିର୍ମିତ କରିଥିବା ଗୃହକୁ ଆଣିଲେ। ଶଲୋମନ କହିଲେ, ମାରେ ସ୍ତ୍ରୀ ଇଶ୍ରାୟେଲର ରାଜା ଦାଉଦଙ୍କ ଗୃହ ରେ ବାସ କରିବ ନାହିଁ ାକାରଣ ଯେଉଁ ସ୍ଥାନ ରେ ସଦାପ୍ରଭୁ ପରମେଶ୍ବରଙ୍କର ବିଶଷେ ସିନ୍ଦୁକ ଥିଲା, ତାହା ପବିତ୍ର ସ୍ଥାନ ଅଟେ।

12. ଏହାପରେ ଶଲୋମନ ସଦାପ୍ରଭୁଙ୍କ ୟଜ୍ଞବଦେୀ ଉପରେ ସଦାପ୍ରଭୁଙ୍କ ନିକଟରେ ହାମବେଳି ଉତ୍ସର୍ଗ କଲେ। ଶଲୋମନ ମନ୍ଦିରର ବାରଣ୍ଡା ସମ୍ମୁଖ ରେ ସହେି ବଳିବଦେୀ ନିର୍ମାଣ କରିଥିଲେ।

13. ମାଶାେ ଯେଉଁ ପ୍ରକାର ଆଦେଶ ଦଇେଥିଲେ, ଶଲୋମନ ସହେି ପ୍ରକା ରେ ପ୍ରେତ୍ୟକକ ଦିନ ବଳି ଉତ୍ସର୍ଗ କଲେ। ବିଶ୍ରାମବାର, ଅମାବାସ୍ଯା ଉତ୍ସବ ଓ ତ୍ରଯବାର୍ଷିକ ଛୁଟିଦିବସ ଗୁଡ଼ିକରେ ବଳି ଉତ୍ସର୍ଗ କରାଯାଉ ଥିଲା। ଏହି ତ୍ରଯବାର୍ଷିକ ଛୁଟିଦିବସଗୁଡ଼ିକ ଥିଲା ବିନା ଖମୀରର ତାଡ଼ିଶୂନ୍ଯ ରୋଟୀର ପର୍ବ, ସପ୍ତାହବ୍ଯାପି ପର୍ବ ଓ ଆଶ୍ରଯଦାୟକ ପର୍ବ।

14. ଶଲୋମନ ତାଙ୍କ ପିତା ଦାଉଦଙ୍କର ଦତ୍ତ ନିର୍ଦ୍ଦଶାେବଳିକୁ ପାଳନ କଲେ। ଶଲୋମନ ଯାଜକମାନଙ୍କର ଦଳକୁ ସମାନଙ୍କେର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କଲେ। ଶଲୋମନ ଲବେୀୟମାନଙ୍କୁ ମଧ୍ଯ ସମାନଙ୍କେର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କଲେ। ଲବେୀୟମାନଙ୍କର କାର୍ୟ୍ଯ ଥିଲା ପ୍ରଶଂସା ଗାନ ରେ ନତେୃତ୍ବ ଦବୋ ଓ ମନ୍ଦିରର ସବୋକାର୍ୟ୍ଯ ନିମନ୍ତେ ଦୈନନ୍ଦିନ ଯେଉଁ ବିଷଯମାନ କରାୟାଏ, ସେଥି ରେ ଯାଜକମାନଙ୍କୁ ସାହାୟ୍ଯ କରିବା। ଆଉ ଶଲୋମନ ଦ୍ବାର ନିକଟରେ ସବୋକାର୍ୟ୍ଯ କରିବା ନିମନ୍ତେ ଦ୍ବାରପାଳମାନଙ୍କୁ ସମାନଙ୍କେର ଦଳ ଅନୁୟାଯୀ ମନୋନୀତ କଲେ। ପରମେଶ୍ବରଙ୍କ ଲୋକ ଦାଉଦ ତାକୁ ଏହା କରିବା ପାଇଁ ନିର୍ଦ୍ଦଶେ ଦଇେଥିଲେ।

15. ଯାଜକ ଓ ଲବେୀୟମାନେ ଠିକ୍ ସହେିପରି କଲେ, ଯାହା ଶଲୋମନ ସମାନଙ୍କେୁ ମନ୍ଦିର ରେ ଏବଂ ଏହାର କୋଷାଗାର ରେ କରିବା ପାଇଁ କହିଥିଲେ।

16. ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପିତ ହବୋ ଦିନଠାରୁ ସଦାପ୍ରଭୁଙ୍କ ମନ୍ଦିର ଶଷେ ନ ହେଲା ପର୍ୟ୍ଯନ୍ତ ଶଲୋମନଙ୍କର ସମସ୍ତ କାର୍ୟ୍ଯ ଭଲ ଭାବରେ କରାଗଲା।

17. ଏହାପରେ ଶଲୋମନ ଇତ୍ସିୟୋନ-ଗବରେ ଓ ଏଲତ ସହରମାନଙ୍କୁ ଗଲେ। ସହେି ସହରଗୁଡ଼ିକ ଇଦୋମ ଦେଶ ରେ ସମୁଦ୍ର ନିକଟରେ ଥିଲା।

18. ହୂରମ୍ ଶଲୋମନଙ୍କ ନିକଟକୁ ଜାହାଜ ସବୁ ପଠାଇଲେ। ହୂରମ୍ଙ୍କ ନିଜସ୍ବ ଲୋକମାନେ ଜାହାଜଗୁଡ଼ିକୁ ବାହିଲେ। ହୂରମ୍ଙ୍କ ଲୋକମାନେ ଦକ୍ଷ ନାବିକ ଥିଲେ। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କର ଦାସମାନଙ୍କ ସହିତ ଓଫୀରକୁ ଗଲେ ଓ ସଠାରୁେ ରାଜା ଶଲୋମନଙ୍କ ନିମନ୍ତେ 450 ତାଳନ୍ତ ସୁନା ଆଣିଲେ।

Bibles

Books

Chapters